ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

କୋରାପୁଟ ଲମତାପୁଟ ନନ୍ଦପୁର ଥାନା ଅଧୀନ ଗେରୁପୁଟ ଗାଁର ସ୍ବାମୀ ବଳରାମ ଗାଲେଲ୍ ଓ ସ୍ତ୍ରୀ ବଲା ଗାଲେଲ୍ । ନନ୍ଦପୁର ହାଟ ପଦା ନିକଟରେ ଚା ଦୋକାନ କରି ଲୋକଙ୍କୁ ଚା’ ପିଆନ୍ତି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି ନଥିବାରୁ ସ୍ବାମୀ ସ୍ତ୍ରୀ ସାଙ୍ଗ ହୋଇ ପାଖ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ କାଠ ଆଣିଲେ ଚା’ କରିବେ ଆଉ ଦୁଇ ପଇସା ରୋଜଗାର କରିବେ । କିନ୍ତୁ ସେମାନେ ଭାବି ବି ନଥିଲେ ଜଙ୍ଗଲ ଭିତରେ ମୃତ୍ୟୁ ସେମାନଙ୍କୁ ଅପେକ୍ଷା କରି ବସିଛି । ଏ ଦୁନିଆରୁ ବିଦାୟ ନେଇଛନ୍ତି ସ୍ବାମୀ ଓ ସ୍ତ୍ରୀ ।

ତେବେ ଗତ କାଲି ସନ୍ଧ୍ୟା ସମୟରେ ପାଖ ଜଙ୍ଗଲକୁ କାଠ ଆଣିବାକୁ ସ୍ବାମୀ ସ୍ତ୍ରୀ ଯାଇଥିବା ବେଳେ ସେମାନଙ୍କ ସହ ବଡ଼ ଅଘଟଣ ଘଟି ଯାଇଥିଲା । ବହୁ ସମୟ ଧରି ଦୋକାନକୁ ନଫେରିବାରୁ ତାଙ୍କ ଗାଁ ଲୋକେ ଜଙ୍ଗଲକୁ ଯାଇ ଖୋଜା ଖୋଜି ଆରମ୍ଭ କରିଥିଲେ । ଆଉ ଶେଷରେ ଜଙ୍ଗଲ ମଧ୍ୟରେ ମିଳିଥିଲା ସେମାନଙ୍କ ମୃତଦେହ । ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଦେଖିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଜଙ୍ଗଲ ଭିତରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଶିକାରୀମାନେ ଅବାଧରେ ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରୁଛନ୍ତି । ଆଉ ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ଅବେଳରେ ଦୁଇ ଦୁଇଟି ଜୀବନ ଚାଲିଗଲା ।

 

 

You might also like