ଡ଼ଙ୍ଗା ବୁଡି ଦମ୍ପତି ନିଖୋଜ ଘଟଣା: ୨୦ ଘଣ୍ଟା ପରେ ମିଳିଲା ସ୍ୱାମୀଙ୍କ ମୃତଦେହ
ଲମତାପୁଟ : କାଲିଠୁ ନିଖୋଜ ଥିଲେ ଦମ୍ପତି। ଜଣଙ୍କ ମୃତଦେହ ଠାବ ହେଲା, ଆଉ ଜଣଙ୍କୁ ଖୋଜୁଛି ଓଡ୍ରାଫ୍ ଟିମ । ଜଲାପୁଟ ଜଳ ଭଣ୍ଡାରରେ ଗତକାଲି ଠାରୁ ଡଙ୍ଗା ବୁଡ଼ି ନିଖୋଜ ଥିଲେ ନନ୍ଦପୁର ବ୍ଲକ ଜବାଗଡ ଗାଁର ଦମ୍ପତି କୃଷ୍ଣ ପାଡ଼ିକି ଓ ପ୍ରତିମା ପାଡ଼ିକି । ତେବେ କୃଷ୍ଣ ପାଡ଼ିକିଙ୍କ ମୃତଦେହ ମିଳିଥିବା ବେଳେ ପ୍ରତିମା ପାଡ଼ିକିଙ୍କ ପତ୍ତା ମିଳିନି ।
ସୂଚନା ଅନୁସାରେ ଗତକାଲି ଜଳଭଣ୍ଡାର ପାର ହୋଇ ସେମାନେ ଚାଷ ଜମିରୁ ଘରକୁ ଫେରିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ଚାଷ ଜମିରୁ ସୁଆଁ ଅମଳ କରି ଏକ ଦେଶୀ ଡଙ୍ଗାରେ ସେମାନେ ଘରକୁ ଫେରୁଥିଲେ । ଗତକାଲି ସଂଧ୍ୟା ପରେ ସର୍ଚ୍ଚ ଅପରେସନ ବନ୍ଦ ରଖିଥିଲା ଓଡ୍ରାଫ୍ ଟିମ୍ । ଆଜି ପୁଣି ଖୋଜାଖୋଜି କରୁଛି । ତେବେ ପ୍ରାୟ ୨୦ ଘଣ୍ଟା ପରେ କୃଷ୍ଣ ପାଡ଼ିକିଙ୍କ ମୃତ ଦେହ ମିଳିଥିବା ବେଳେ ପ୍ରତିମା ପାଡ଼ିକିଙ୍କ ପତ୍ତା ମିଳିନି ।