ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣା: ସ୍ତ୍ରୀର ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ସୋର(କେନ୍ୟୁଜ୍): ସମଲିଙ୍ଗୀ ସେକ୍ସ ରାକେଟ୍‌ ସମ୍ପୃକ୍ତି ଘଟଣାରେ ସ୍ୱାମୀ ଗିରଫ। ସୋର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଚିରଞ୍ଜିତ୍‌ରୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ ।

ସେକ୍ସ ରାକେଟରେ ସ୍ୱାମୀର ସଂପୃକ୍ତି ଅଭିଯୋଗରେ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଘଟଣା । ନିଜକୁ ଜଣେ ଇଞ୍ଜିନିୟର ଭାବେ ପରିଚୟ ଦେଇ ଖଇରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ ସୋର ଥାନା ମୂଳି ସିଂ ଅଞ୍ଚଳର ଚିରଞ୍ଜିତ ଖିଲାର । ବିବାହର ଦୁଇ ମାସ ପରେ ସ୍ୱାମୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସ୍ତ୍ରୀ ଜାଣିବାକୁ ପାଇଥିଲେ । ପରେ ସ୍ୱାମୀଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ସ୍ତ୍ରୀ ।

ଚିରଞ୍ଜିତ୍‌ ବୁଝିବା ବଦଳରେ ସ୍ତ୍ରୀଙ୍କୁ ମଧ୍ୟ ଏହି କାମରେ ସାମିଲ ହେବାକୁ ପ୍ରବର୍ତ୍ତାଇଥିଲେ । ଏଥିରେ କାମ କଲେ ଅଧିକ ଅର୍ଥ ମିଳିବ ବୋଲି ସ୍ତ୍ରୀକୁ ବୁଝାଇଥିଲା ଚିରଞ୍ଜିତ । ଅନ୍ୟପଟେ ସ୍ତ୍ରୀ ଦୀର୍ଘ ଚାରିବର୍ଷ ସ୍ୱାମୀକୁ ବୁଝାଇ ନିରାଶ ହେବା ପରେ ଶେଷରେ ସୋର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଚିରଞ୍ଜୀତକୁ ଥାନାକୁ ଆଣି ଅଟକ ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.