ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ: ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣିଲା

ବ୍ରହ୍ମଗିରି : ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ । ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ ଘଟିଛି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କୁସୁବେଣ୍ଟି ଗାଁ ପୋଲିସ ପହଞ୍ଚି ସ୍ୱାମୀ ଗୁଣ୍ଡିଚା ପ୍ରଧାନ ଓରଫ କାଳୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ଗୁଣ୍ଡିଚା ପ୍ରଧାନ ଓ ତାଙ୍କ ସ୍ତ୍ରୀ ସହ ବଚସା ହୋଇଥିଲା ।  ଏହି ବଚସା ଉଗ୍ର ରୂପ ନେଇଥିଲା । ପରେ ଗୁଣ୍ଡିଚା ପ୍ରଧାନ ଏକ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ ।  ସେହି ସମୟରେ କାଳୁଙ୍କ ଦେଢ଼ ଶାଶୁର ପୁଅ ଆସି ତାଙ୍କୁ ଅଟକାଇଥିଲା ।  କାଳୁ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ। ପୁତୁରାକୁ ମଧ୍ୟ ଆକ୍ରମଣ କରିଥିଲେ ।  କାଳୁଙ୍କ ସ୍ତ୍ରୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଏଥିସହ କାଳୁଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଥିଲେ ।