ରାଜ୍ୟ

ସଇତାନ୍ ସ୍ୱାମୀ; ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

କରଞ୍ଜିଆ (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ। ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ ସଧବା ଆଜିର ଦିନରେ ଅତି ନିଷ୍ଠାର ସହ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ କରିଥାନ୍ତି।

ସବୁ ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ବିଶେଷ ପର୍ବ। ସଧବା ନାରୀ ଆଜି ପ୍ରାତଃରୁ ଉଠି ସ୍ନାନ ସାରି ବଟ ବୃକ୍ଷକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି। କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଅସୁରା ଗାଁ ଖଡ଼ିଆ ସାହିରେ ଦେଖିବାକୁ ମିଳିଛି ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ,ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ। କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ। ମୃତ ସ୍ତ୍ରୀ ଜଣକ ହେଉଛି କାଲି ଦେହୁରୀ। ହତ୍ୟା କରିବା ପରେ ଘଟଣା ସ୍ଥାନରୁ ସ୍ବାମୀ ଭରତ ଦେହୁରୀ ଫେରାର ହେଇଯାଇଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଆଉ କିଛି ସମୟ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବେ ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

8 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago