ପାରିବାରିକ କଳହ ନେଲା ଜୀବନ, ବାଲଟିରେ ପିଟି ପିଟି ସ୍ତ୍ରୀକୁ ହତ୍ଯା କଲା ସ୍ୱାମୀ

ଜଳେଶ୍ବର : ପାରିବାରିକ କଳହର କରୁଣ ପରିଣତି । ବାଲଟିରେ ପିଟି ପିଟି ସ୍ତ୍ରୀକୁ ହତ୍ଯା କଲା ସ୍ଯାମୀ । ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବାଣିଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବାଣିଦା ଗ୍ରାମର ସଞ୍ଜୟ ମହାନ୍ତି ଦୀର୍ଘ ୧୪ ବର୍ଷ ପୂର୍ବରୁ ପଶ୍ଚିମବଙ୍ଗର ଦାନ୍ତନ ଥାନା ଅନ୍ତର୍ଗତ ଜାମଗାଦି ଗ୍ରାମର ନବୀନ ଦାସଙ୍କ ଝିଅ କବିତାଙ୍କୁ ବିବାହ କରିଥିଲେ ।

ସେମାନଙ୍କର ଜଣେ ପୂଅ ଏବଂ ଜଣେ ଝିଅ ରହିଛନ୍ତି । ତେବେ ବାହାଘର ପରଠୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ବାରମ୍ବାର ଝଗଡା ଲାଗି ରହୁଥିଲା । ଏନେଇ ବିଭିନ୍ନ ସମୟରେ ପରିବାର ଲୋକେ ବସି ଆପୋଷ ସମାଧାନ କରିଥିଲେ ।  ତେବେ  ଆଜି ସକାଳେ କୌଣସି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଝଗଡା ହେବା ପରେ ସ୍ବାମୀ ସଞ୍ଜୟ ସ୍ତ୍ରୀ କବିତାଙ୍କୁ ଏକ ବାଲଟିରେ ପିଟିଥିଲେ ।

କବିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ହୋଇଯାଇଛି  । ଖବର ପାଇ ଜଳେଶ୍ବର ପୋଲିସ ଗାଁ ରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଥାନାକୁ  ଆଣି ଅଟକ ରଖିଛି  ।  ଏନେଇ ମୃତ ମହିଳାଙ୍କ ବାପ ଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.