ବିବାହ ପରେ ପ୍ରତାରଣା ଦେଇ ଫେରାର ହେଲା ସ୍ୱାମୀ, ଏବେ ନ୍ୟାୟ ପାଇବା ଆଶାରେ ସ୍ତ୍ରୀ

ଯାଜପୁର(କେ ନ୍ୟୁଜ): ଯାଜପୁର ବିବାହ ପରେ ପ୍ରତାରଣା ଦେଇ ପେଂରାର ହୋଇଗଲା ସ୍ୱାମୀ । ଆଉ ଏବେ ନ୍ୟାୟ ପାଇବା ଆଶାରେ ପତ୍ନି ବାର ଦୁଆର ହେଉଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଯାଜପୁର ସହରର ନରଣପୁର ଅଂଚଳର ସୁମିତ କୁମାର ବିଶ୍ୱାଳ ପଟାମୁଣ୍ଡାଇ ବଉଳାଙ୍ଗ ଅଂଚଳରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ ଭୁବନେଶ୍ୱରରେ ରହୁଥିଲେ । ସେମାନଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି । କିନ୍ତୁ ସୁମିତ ଏବେ ନିଜ ସ୍ତ୍ରୀକୁ ଛାଡି କଲିକତା ପେଂରାର ହୋଇଯାଇଛି ।

ଅନ୍ୟପଟେ ବୋହୁକୁ ଶାଶୁ ଘର ଲୋକେ ଗ୍ରହଣ କରିବାକୁ ନାରାଜ । ବୋହୁକୁ ଗ୍ରହଣ କରିବା ଦାବିରେ ଶାଶୁ ଘର ଆଗରେ ଧାରଣା ଦେବାରୁ ପରିବାର ଲୋକେ ତାଲା ଦେଇ ପେଂରାର ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଏ ନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ପୋଲିସ ମହିଳାଙ୍କୁ ନେଇ ସଖି କେନ୍ଦ୍ରରେ ଥଇଥାନ କରି ଅନୁସନ୍ଧାନ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.