ବିବାହର ୧୨ ବର୍ଷ ପରେ ବି ସ୍ତ୍ରୀର ନିର୍ଯାତନା କମିଲା ନାହିଁ, ବାଧ୍ୟ ହୋଇ ଆତ୍ମହତ୍ୟା କରିଦେଲେ ସ୍ବାମୀ

ରାଉରକେଲା(କେନ୍ୟୁଜ୍):ମୃତ୍ୟୁ ପୂର୍ବର ଶେଷ କଥା । ଭିଡିଓ କରି କାରଣ ଜଣାଇବା ପରେ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ । ଜାମସେଦପୁରର ଏକ ଟାଓ୍ଵାରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରକେଲା ଯୁବ ବ୍ୟବସାୟୀ ରାହୁଲ ଅଗ୍ରଓ୍ଵାଲ । ଯୁବ ବ୍ୟବସାୟୀ ରାହୁଲ ଅଗ୍ରଓ୍ଵାଲଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ରାହୁଲ ନିଜେ ଭିଡିଓ କରି ନିଜ ଶାଶୁ, ଶ୍ୱଶୁର ଓ ଶଳାଙ୍କ ବିଷୟରେ କହିଛନ୍ତି । ୧୦ ବର୍ଷ ତଳେ ଜାମସେଦପୁରର ବର୍ଷା ଚୁରିଓ୍ଵାଲାଙ୍କୁ ବିବାହ କରିଥିଲେ ରାହୁଲ ।

ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ଆତ୍ମହତ୍ୟା ପାଇଁ ଶାଶୁ, ଶ୍ୱଶୁର ଓ ଶଳାଙ୍କୁ ଦାୟୀ କରିଛନ୍ତି ରାହୁଲ । ମିଛ କେସ୍‌ କରି ପରିବାରକୁ କିଭଳି ହଇରାଣ କରାଯାଉଛି, ଭିଡିଓ ମାଧ୍ୟମରେ ରାହୁଲ ଜଣାଇଛନ୍ତି । ଅନ୍ୟପଟେ ବର୍ଷାଙ୍କ ପରିବାର ପକ୍ଷରୁ ରାହୁଲଙ୍କ ପରିବାର ବିରୋଧରେ ୪୯୮ ଧାରାରେ ମାମଲା ରୁଜୁ କରି ବାରମ୍ବାର ହଇରାଣ ହରକତ କରୁଥିବା ଅଭିଯୋଗ କରାଯାଇଛି । ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.