ଜଗତସିଂହପୁର ଚାନ୍ଦପାଟଣା ଗାଁର ଅଘଟଣ: ସ୍ତ୍ରୀ ଓ ଝିଅକୁ ହାଣି ହତ୍ୟା କରିବାପରେ, ସ୍ବାମୀର ଆତ୍ମହତ୍ୟା

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ଓଡିଶ ପଂଚାୟତର ଚାନ୍ଦପାଟଣା ଗ୍ରାମରେ ଅଘଟଣ। ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀ କଲା ଆତ୍ମହତ୍ୟା। ତେବେ ପ୍ରଥମେ ଝିଅର ମୃତ୍ଯୁ ହୋଇଥିବାବେଳେ, ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା । ତେବେ କିଛି ସମୟ ଭିତରେ ତାଙ୍କର ବି ମୃତ୍ଯୁ ହୋଇଛି ।

ଚାନ୍ଦପାଟଣା ଗ୍ରାମର ଲୋକନାଥ ପାଲ୍ ପାରିବାରିକ କଳହରୁ ଏକ ମାରଣାସ୍ତ୍ରରେ ନିଜ ସ୍ତ୍ରୀ ଓ ଝିଅକୁ ହାଣିବI ପରେ ନିଜେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପଡୋଶୀ ମାନେ ସକାଳୁ ଦେଖି ଜଗତସିଂହପୁର ମେଡିକାଲ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଝିଅ ଲକି ପାଲ କୁ ମୃତ ଘୋଷଣା କରିବା ପରେ ସ୍ତ୍ରୀ କଳ୍ପନା ପାଲ କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ତାଙ୍କର ମଧ୍ଯ ମୃତ୍ଯୁ ହୋଇଛି।

ଲୋକନାଟହା ପାଲଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ପଙ୍କଜ ପାଲ ବିଭାଘର ପରେ ଶଶୁର ଘରେ ରୁହେ। ଗତକାଲି ବିଳମ୍ୱିତ ରାତିରେ ଲୋକନାଥ ଘରକୁ ଫେରିଥିଲେ। ରାତିରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.