ତୁମେ ଚାଲିଗଲ ମୁଁ ଆଉ କାହିଁକି ବଞ୍ଚିବି : ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା

କଳାହାଣ୍ଡି(କେନ୍ଯୁଜ୍): ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା । ସ୍ତ୍ରୀର ମୃତ୍ୟୁକୁ ସହିନପାରି ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଚିତ୍ର । ମୃତକ ସ୍ୱାମୀ ନୀଳମଣି ଶବର ଓ ସ୍ତ୍ରୀ ରଏବାରି ଶବର ।

ସ୍ତ୍ରୀ ରଏବାରିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ସ୍ତ୍ରୀର ଜୁଇ ଜଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ନିଜକୁ ଝାସ ଦେଇଥିଲା ସ୍ୱାମୀ । ନିଆଁ ହୁ ହୁ ହୋଇ ଜଳୁଥିବାରୁ କେହି ବଞ୍ଚାଇବାକୁ ସାହାସ କରିପାରନଥିଲେ। ମୃତକ ନୀଳମଣି ଶବର ଚହକା ପଞ୍ଚାୟତ ୫ ନମ୍ବର ୱାର୍ଡ ମେମ୍ବର ଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.