ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି ପଛରେ ସ୍ବାମୀ! ପୋଲିସ କର୍ମଚାରୀ ସହ ସ୍ୱାମୀ ଗିରଫ

ବଣାଇ : ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ଗର୍ଭବତୀଙ୍କୁ ଗୁଳି ପଛରେ ସ୍ବାମୀ !  ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ୪ ଅଟକ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ହତ୍ୟା ସନ୍ଦେହରେ ଚାଲିଥିଲା ପଚରାଉଚରା । ଆଜି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘର ଭାତ ହାଣ୍ଡିରୁ ମିଳିଛି  ପିସ୍ତଲ ସହ ମିଳିଲା ୩ ଗୁଳି ।  ସ୍ୱାମୀ ଗୁଳି କରିବା ପରେ ହତ୍ୟାର ଡ୍ରାମା  ରଚିଥିଲା  । ପୋଲିସ ତଦନ୍ତରୁ ଏହା ଜଣା ପଡିବା ପରେ ସ୍ୱାମୀ ଗିରଫ ହୋଇଛି ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ଗାଁର ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ । ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣି ନେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ ।  ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସ୍ୱାମୀ ଏହି ଗପ ଶୁଣାଇଥିଲା ପୋଲିସକୁ  ।