ଦୁର୍ଗନ୍ଧ ହେବାରୁ ସାମ୍ନାକୁ ଆସିଲା ସତ: ସ୍ତ୍ରୀକୁ ହତ୍ଯା କରି ପୋତିଦେଇଥିଲା ସଇତାନ ସ୍ବାମୀ, ଏବେ ବନ୍ଧା ହେଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ତ୍ରୀ ହତ୍ଯା କରି ପୋତିଦେଲା ସଇତାନ ସ୍ବାମୀ । ତଳସରା ଥାନା ଅନ୍ତର୍ଗତ ସବଡେଗା ପୋଷ୍ଟ ଅଫିସ ପଡ଼ାର ଖଏରୁ ନାଏକଙ୍କ ଘର ବାଡ଼ିପଟ ମାଟି ତଳୁ ତାଙ୍କ ପତ୍ନୀ ଶକୁନ୍ତଳାଙ୍କ ଶବ ଉଦ୍ଧାର କରିଛି ପୋଲିସ୍।

ପ୍ରାୟ ୪ ଦିନ ତଳେ କୌଣସି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ୟା କରି ବାଡ଼ି ପଟେ ପୋତି ଦେଇଥିଲା। ପଡ଼ୋଶୀଙ୍କ ପାଖରେ ଶକୁନ୍ତଳା ଦୂର ଗାଁ ସମ୍ପର୍କୀୟଙ୍କ ଘରକୁ ଯାଇଛି କହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଆଜି ପୋତା ଶବରୁ ଗନ୍ଧ ବାହାରିବାରୁ ଲୋକେ ସନ୍ଦେହ କରି ତଳସରା ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ମାଟିତଳୁ ଶଵ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଵା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

You might also like