ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ଶାବଳରେ ମାରି ହତ୍ୟା କଲା ସ୍ୱାମୀ, କେଉଁ କାରଣରୁ ବିଭତ୍ସ ହତ୍ୟା କଲା ଜଣାପଡିନି

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମଧୁସୁଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀ କମଳା ଓଝା ରାତିରେ ଶୋଇଥିବା ବେଳେ ସ୍ୱାମୀ ଅଜୟ ଓଝା ଏକ ଶାବଳରେ ତାଙ୍କ କାନମୁଣ୍ଡାକୁ ଶାବଳରେ ପିଟିଥିଲା।

କେନ୍ଦ୍ରାପଡା(କେନ୍ୟୁଜ୍): ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ମୃତ। ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ଶାବଳରେ ମାରି ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମଧୁସୁଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀ କମଳା ଓଝା ରାତିରେ ଶୋଇଥିବା ବେଳେ ସ୍ୱାମୀ ଅଜୟ ଓଝା ଏକ ଶାବଳରେ ତାଙ୍କ କାନମୁଣ୍ଡାକୁ ଶାବଳରେ ପିଟିଥିଲା।

ଘଟଣାସ୍ଥଳରେ କମଳାଙ୍କ ମୃତ୍ୟୁ ଘଟିଥିଲା। ପରିବାର ବର୍ଗ ଓ ସ୍ଥାନୀୟ ଲୋକେ ଅଜୟଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପାଟକୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ହତ୍ୟାରେ ବ୍ୟବହୃତ ଶାବଳକୁ ଜବତ କରି ତଦନ୍ତ ଜାରି ରଖିଛି। ଅଜୟ ଜଣେ ମାନସିକ ରୋଗୀ ବୋଲି ପଡୋଶୀ କହିଛନ୍ତି। ତେବେ କେଉଁ କାରଣରୁ ପତ୍ନୀକୁ ବିଭତ୍ସ ଭାବେ ହତ୍ୟା କଲେ ତାହା ଜଣାପଡିନି।.

Leave A Reply

Your email address will not be published.