ସୁବର୍ଣ୍ଣପୁର: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସୁବର୍ଣ୍ଣପୁର(କେନ୍ୟୁଜ୍):  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଘଟଣ । ଗତ ବିଳମ୍ବିତ ରାତିରେ ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୃତକ ହେଲେ ସୁନିତା ସିଂ । ଗତ ୮ବର୍ଷ ତଳେ ଅଭିଯୁକ୍ତ ଲକ୍ଷ୍ମଣ ସିଂ ବିନିକା ଥାନା ସିନ୍ଦୁରପୁର ଗାଁର ସୁନିତା ସିଂକୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ବିଭିନ୍ନ ସମୟରେ ପରିବାର ସହିତ ଗାଳିଗୁଲଜ ନେଇ ବିନିକା ଥାନାରେ ଅଭିଯୋଗ କଲାପରେ ଲିଖିତ ପ୍ରତିଶୃତିରେ ଘରକୁ ଆସୁଥିଲେ ।

ସବୁକିଛି ଠିକଠାକ ଥିବା ବେଳେ ହଠାତ ପରିବାର ଲେକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଖବର ପାଇଥିଲେ । ଘଟଣା ସ୍ଥଳରେ ପହଂଚି ଏନେଇ ସୁବଳୟା ଥାନାରେ ଝିଅ ଘର ପକ୍ଷରୁ ମାମଲା ଦାୟର କରାଯାଇଛି। ଖବରପାଇ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ  ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.