ବ୍ରହ୍ମପୁର : ସ୍ବାମୀ ଦେଖାଉଛି ସେଦିନ ସେ ହୋଟେଲ ରୁମ୍ ଭିତରେ କେମିତି ମାରିଥିଲା ସ୍ତ୍ରୀକୁ । ଏବେ ଧରାପଡିଛି ପୋଲିସ ହାତରେ ହତ୍ୟାକାରୀ ସ୍ବାମୀ । କାହିଁକିନା ବହୁତ ଚାଲାକିରେ ମାରି ବର୍ଷେ ଯାଏଁ ଖୁଲମ୍ ଖୁଲା ବୁଲିଲା ସ୍ବାମୀ । ହଁ ଆଜ୍ଞା ଗତବର୍ଷ ନଭେମ୍ବର ୨୦ ତାରିଖରେ ମାରିଥିଲା ସ୍ତ୍ରୀକୁ ଆଉ ବର୍ତ୍ତମାନ ଠିକ୍ ବର୍ଷକ ପରେ ପୋଲିସ କବ୍ଜାକୁ ଆସିଲା ସ୍ବାମୀ ।
ବ୍ରହ୍ମପୁର ସହରର ଏକ ଲଜର କୋଠରୀ ଭିତରେ ନିଜ ସ୍ତ୍ରୀଙ୍କୁ ଶ୍ୱାସ ରୁଦ୍ଧ କରି ହତ୍ୟା କରି ଫେରାର ହୋଇଥିବା ହତ୍ୟାକାରୀ ସ୍ୱାମୀକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ । ହତ୍ୟାକାରୀ ଜଣକ କେରଳ ରାଜ୍ୟର ସାମୀଦମୋନ ଏଏସ୍ ହୋଇଥିବା ବେଳେ ସେ ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାରେ କେରଳରେ ଗିରଫ ହୋଇ ଜେଲରେ ଥିବା ବେଳେ ପୋଲିସ ଖବର ପାଇ ତାଙ୍କୁ ବ୍ରହ୍ମପୁର ରିମାଣ୍ଡରେ ଆଣିବା ସହ ପଚରା ଉଚୁରା କରି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ କରିବା ସହ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି । ହତ୍ୟାକାରୀ ଜଣକ ପୋଲିସ ଆଗରେ ସେ କିଭଳି ହତ୍ୟା କରିଥିଲା ଡେମୋ ଦେଖାଇଛି ଓ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେଦିନ ଥିଲା ୨୦୨୩ ନଭେମ୍ବର ୨୫ ତାରିଖ । ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଛକ ନିକଟରେ ଥିବା ଏକ ଲଜ୍ ଓ ଡୋର୍ମିଟୋରିରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତ ମହିଳା ଜଣକ ଥିଲେ କେରଳ ସାଜଦ ମଞ୍ଜିଲ୍ ପରିପାଲ୍ଲୀ ଥାନା ଅନ୍ତର୍ଗତ ଇଜିପୁରମ୍ ଗାଁର ସାମିଦମୋନ ଏଏସଙ୍କ ସ୍ତ୍ରୀ କାମନାପଲ୍ଲୀ କ୍ରୀଷ୍ଣାବେଣୀ । ପୋଲିସ ଏକ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଏମକେସିଜି ମେଡ଼ିକାଲ ପଠାଇଥିଲା । ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ପୋଲିସ ତଦନ୍ତରେ କ୍ରିଷ୍ଣାକୁ ସାମିଦମୋନ ହିଁ ହତ୍ୟା କରିଥିବା ଜଣାପଡ଼ିଥିଲା । ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ବୈଦ୍ୟନାଥପୁର ଥାନା ଅଧିକାରୀ ବାବା ଶଙ୍କର ସରଫ ଗତବର୍ଷ ଡିସେମ୍ବର ୧୨ ତାରିଖରେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୮ ତାରିଖରେ ଅଭିଯୁକ୍ତ ସାମିଦମୋନ ଏକ ଏନଡ଼ିପିଏସ ମାମଲାରେ ଗିରଫ ହୋଇ କେରଳର ତ୍ରିସୁର ସ୍ଥିତ ଭିୟୁର ଜେଲରେ ରହିଥିବା ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଜାଣିବାକୁ ପାଇଥିଲା । ବ୍ରହ୍ମପୁର ପୋଲିସ ହାତ୍ୟାକାରୀଙ୍କୁ ଏହି କେସରେ ଯୋଡ଼ିବା ପାଇଁ କେରଳ ସିଟିରେ ଥିବା ଜେଏମଏଫସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା । ଉକ୍ତ କୋର୍ଟ ଦୁଇଦିନିଆ ରିମାଣ୍ଡ ମଞ୍ଜୁରୀ ହେବା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ହତ୍ୟା ଅଭିଯୁକ୍ତ ସାମୀଦମୋନକୁ ରିମାଣ୍ଡରେ ବ୍ରହ୍ମପୁର ଆଣିଥିଲା ।
ହତ୍ୟା ଘଟଣା ଘଟିବାର ୯ ମାସ ପରେ ପୋଲିସ ଅଭିଯୁକ୍ତ ଚିହ୍ନଟ କରିବାରେ ସକ୍ଷମ ହୋଇଥିବା ବେଳେ ଏବେ ପୋଲିସ ଅଭିଯୁକ୍ତକୁ ରିମାଣ୍ଡ ଆଣି ହତ୍ୟାପଛର ପ୍ରକୃତ କାରଣ ଖୋଜିଥିଲା । ହତ୍ୟା ହୋଇଥିବା ଲଜକୁ ଯାଇ ପୋଲିସ ଅଭିଯୁକ୍ତର ସିନ ରିକ୍ରିଏସନ କରିଛି । ଉଦ୍ଧାର ହୋଇଥିବା କୋଠରୀରେ କିଭଲି ହତ୍ୟା କରିଥିଲା ସେ ନେଇ ପୋଲିସ ଆଗରେ ଡେମୋ ଦେଖାଇଥିଲା ଅଭିଯୁକ୍ତ । ଏହା ସହ ସେଦିନ ରାତିରେ କଣ ହୋଇଥିଲା ସମସ୍ତ ତଥ୍ୟ ପୋଲିସ ଆଗରେ ଓଗାଳିବା ସହ ହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଥିଲା । ଘଟଣାକ୍ରମ ଏଭଳି ଥିଲା ଅଭିଯୁକ୍ତ ସମୀଦମନ୍ ଓ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ଆରଭିନଗରକ କ୍ରୀଷ୍ଣାବେଣୀ କିଛି ବର୍ଷ ପୂର୍ବେ ପରିଚିତ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ସମୀଦମୋନ ନିଜର ପ୍ରଥମ ପନ୍ନୀଙ୍କୁ ଛାଡ଼ପତ୍ର ଦେଇ ସାରିଥିବା ବେଳେ କ୍ରିଷ୍ଣାବେଣୀ ମଧ୍ୟ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇସାରିଥିଲେ । ମୃତ କ୍ରିଷ୍ଣା ବେଣୀଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ୧୯ ବର୍ଷର ପୁଅ ରହିଛି । ତେବେ ସମୀଦମୋନ ଓ କ୍ରିଷ୍ଣା ବେଣୀ ସ୍ୱାମୀ ଓ ସ୍ତ୍ରୀ ଭାବେ ରହୁଥିବା ବେଳେ ତାଙ୍କ ସହ ପୁଅ ମଧ୍ୟ ରହୁଥିଲା ।
ଏଭଳିସ୍ଥିତିରେ ସମୀଦମୋନ କେରଳରେ ଗଞ୍ଜେଇ ଚାଲାଣ କରୁଥିବାରୁ କ୍ରିଷ୍ଣାବେଣୀଙ୍କ ପୁଅକୁ ମଧ୍ୟ ସେହି ଚୋରା କାରବାରରେ ସାମିଲ କରିଥିଲା । କ୍ରିଷ୍ଣାବେଣୀଙ୍କ ପୁଅ ବିଶାଖାପାଟଣାରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଥିଲା । ପୁଅର ଗିରଫଦାରୀକୁ ନେଇ କ୍ରିଷ୍ଣାବେଣୀ ନିଜ ସ୍ୱାମୀ ସାମଦମୋନକୁ ଦାୟୀ କରୁଥିଲେ । ଏପରିକି ପୁଅକୁ ଜେଲରୁ ନ ମୁକୁଳାଇଲେ ପୋଲିସ ନିକଟରେ ତାଙ୍କ କଳାଧନ୍ଦା ବିଷୟରେ କହିଦେବେ ବୋଲିସ ସମୀଦମୋନଙ୍କୁ ଧମକ ଦେଇଥିଲେ । ସମୀଦମୋନ ମନରେ ଗିରଫ ଭୟ ମନରେ ରହିଥିଲା । ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ପ୍ଲାନ କରିଥିଲା ଓ କ୍ରୀଷ୍ଣାବେଣୀଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଯୋଗୁଁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରକୁ ଆସିଥିବା ବେଳେ ଗତ ନଭେମ୍ବର ୨୫ ତାରିଖ ରାତିରେ ଶୋଇଥିବା ବେଳେ ମୁହଁରେ ତକିଆ ଦେଇ ହତ୍ୟା କରିଥିଲା । କ୍ରୀଷ୍ଣାବେଣୀଙ୍କୁ ହତ୍ୟା କରିବା ପରେ ସାମିଦମୋନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଏନେଇ କେରଳ ପୋଲିସ ସହ ଯୋଗାଯୋଗରେ ରହିଥିବା ବେଳେ ସେ ଏନଡିପିଏସ ମାମଲାରେ ଗିରଫ ହେବା ଖବର ପାଇବା ପରେ ପୋଲିସ ଏହି ହତ୍ୟା ମାମଲାରେ ତାଙ୍କୁ ଯୋଡ଼ିଥିଲା ।
ହତ୍ୟାକାଣ୍ଡର ନଅ ମାସ ପରେ ହତ୍ୟାକାରୀକୁ ଠାବ କରିବାରେ ସଫଳ ହେବା ସହ ହତ୍ୟାର କାରଣ ପର୍ଦ୍ଦାଫାସ କରିଛି ପୋଲିସ । ତେବେ ହତ୍ୟାକାରୀଙ୍କୁ ପୋଲିସ କେରଳରୁ ରିମାଣ୍ଡରେ ଅଣାଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଜେଲକୁ ପଠାଇବା ନେଇ କେରଳ କୋର୍ଟରେ ଆବେଦନ କରିବ ବୋଲି ବ୍ରହ୍ମପୁର ଏସପି ସୁଚନା ଦେଇଛନ୍ତି ।