ନୃସଂଶ ସ୍ବାମୀର ବର୍ବର କାଣ୍ଡ, ମଦ ପାଇଁ ସ୍ତ୍ରୀର ଗଳା କାଟି କଲା ହତ୍ୟା

ବାଲିଗୁଡା : ଅମାନୁଷିକ, ବୀଭତ୍ସ ହତ୍ୟାକାଣ୍ଡ । ନୃସଂଶ ସ୍ବାମୀର ବର୍ବର କାଣ୍ଡ । ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆଁମୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ମଦ ପିଇବାକୁ ସ୍ତ୍ରୀକୁ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନଦେବାରୁ ଛୁରୀରେ ଗଳା କାଟି ହତ୍ୟା କଲା ସ୍ବାମୀ । ମୃତକ ନୂଆଁମୁଣ୍ଡା ଗାଁର ମଧୁମତି ଦଳାଇ ।
ଗତକାଲି ରାତିରେ ମଧୁମତିଙ୍କୁ ସ୍ବାମୀ ଚନ୍ଦ୍ରକାନ୍ତ ଟଙ୍କା ମାଗିଥିଲେ । ତେବେ ମଧୁମତି ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏକ ଧାରୁଆ ଛୁରୀରେ ମଧୁମତିଙ୍କ ଗଳା କାଟି ହତ୍ୟା କରିଛି ଅଭିଯୁକ୍ତ । ମୃତ ମଧୁମତିଙ୍କ ପୁଅ ଘରକୁ ଫେରି ମାଆଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛନ୍ତି । ମୃତଦେହ ଏବେ ବି ଘର ଭିତରେ ରହିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚିବା ପରେ ଶଵ ବ୍ୟବଛେଦ ପାଇଁ ମେଡିକାଲକୁ ନିଆଯିବ ବୋଲି ସୂଚନା ମିଳିଛି l