କଣ୍ଟାମାଳ: ନୂଆଁଖାଇ ଦିନରେ ଵୀଭତ୍ସ କାଣ୍ଡ । ଘରୋଇ କଳହକୁ ନେଇ ସ୍ତ୍ରୀର ଗଳାକାଟି ହତ୍ୟା କଳା ସ୍ୱାମୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରଭାଟି ଗାଁରେ ଘଟିଛି ଏଭକି ଅଘଟଣ । ମୃତକ ହେଲେ ସେହି ଗାଁର ଝିଅ ଅଞ୍ଜଳୀ ତରିଆ । ହତ୍ୟାକାରୀ ସ୍ୱାମୀ ସର୍ବେ ନାୟକ ଫେରାର ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଅଞ୍ଜଳୀ ଘଣ୍ଟାପଡା ଥାନା ବଡବାହାଲ ଗାଁରେ ସର୍ବେ ନାୟକଙ୍କୁ ବିବାହ କରିଥିଲେ । ବାହାଘରକୁ ଚାରି ବର୍ଷ ହୋଇଥିବାବେଳେ ତାଙ୍କର ଏକ ତିନି ବର୍ଷୀୟ ଝିଅ ରହିଛି । ବିଭିନ୍ନ ସମୟରେ ଉଭୟ ପତି ପତ୍ନୀ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏନେଇ ସେମାନେ ଅନେକ ଥର ଥାନାକୁ ମଧ୍ୟ ଯାଇଥିବା ଜଣାପଡିଛି । ତେବେ ଗତକାଲି ସର୍ବେ ତାଙ୍କ ଶ୍ୱଶୁର ଘର ଚାରଭାଟିରେ ଥିଲେ। କୌଣସି କାରଣରୁ ରାତିରେ ପୁନର୍ବାର ଉଭୟ ପତି ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ସର୍ବେ ରାଗିଯାଇ ଏକ ଧରୁଆ ଅସ୍ତ୍ରରେ ସ୍ତ୍ରୀ ଅଞ୍ଜଳିର ଗଳା କାଟି ହତ୍ୟା କରିଥିଲେ । କଣ୍ଟାମାଳ ପୋଲିସ ଖବର ପାଇ ଶଵ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ମାରିଛି ।