ସ୍ତ୍ରୀକୁ ମାରି ରାତିସାରା ଶବ ପାଖରେ ଜଗିରହିଲା ସ୍ବାମୀ

ମୟୂରଭଞ୍ଜ: ପରକିୟା ପ୍ରୀତିର କରୁଣ ପରିଣତି । ପରକିୟା ସନ୍ଦେହରେ ସ୍ବାମୀର ନାରକୀୟ କାଣ୍ଡ । ଭୁଲିଗଲା ସବୁ ସମ୍ପର୍କ । ରାଗରେ ହରାଇ ବସିଲା ନିଜର ହିତାହିତ ଜ୍ଞାନ । ସାତ ଜନ୍ମ ପାଇଁ ଯାହାର ହାତ ଧରି ସ୍ତ୍ରୀ ରୂପେ ଘରକୁ ଆଣିଥିଲା ପରକିୟା ପାଇଁ ତା ଜୀବନ ନେଇଗଲା । ଖାଲି ଏତିକିରେ ରାଗ ଶାନ୍ତ ପଡ଼ିନଥିଲା ସ୍ମାମୀର ରାତି ସାରା ମୃତଦେହ ପାଖରେ ଜଗି ବସି ରହିଥିଲା ସଇତାନ ସ୍ବାମୀ। ସ୍ତ୍ରୀ ମୃତଦେହ ପାଖରେ ବସି ମିଛି ମିଛିକା କାନ୍ଦିବାର ଅଭିନୟ କରିଥିଲା ସ୍ବାମୀ । ଏଭଳି ବୀଭତ୍ସକାଣ୍ଡ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଘଟିଛି । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ଜଣକ ହେଉଛନ୍ତି ୨୪ବର୍ଷୀୟା ସବିତା ଭୋକ୍ତା । ଅଭିଯୁକ୍ତ ସ୍ବାମୀ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା। ସବିତା ଓ ଭକ୍ତଙ୍କର ପାଞ୍ଚ ବର୍ଷ ଏବଂ ଦେଢ଼ ବର୍ଷର ୨ଟି ଛୁଆ ଅଛନ୍ତି । ଗତକାଲି ବିଳମ୍ୱିତ ରାତିରେ ମୋବାଇଲରେ ଅଭିଯୁକ୍ତ ଜଣକ ତାଙ୍କ ବାନ୍ଧବୀ ସହ କଥା ହୋଇଥିଲେ । ସ୍ତ୍ରୀ ଏହାକୁ ବିରୋଧ କରିଥିଲେ । କାହା ସହ କଥା ହେଉଛ ବୋଲି ପଚାରିଥିଲେ । ହେଲେ ସ୍ତ୍ରୀକୁ କୌଣସି ଉତ୍ତର ଦେଇନଥିଲେ ସ୍ବାମୀ । ଫଳରେ ସନ୍ଦେହରେ ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହା ଉଗ୍ର ରୂପ ନେଇଥିଲା । ସ୍ଵାମୀର ମାଡରେ ଘଟଣା ସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀଙ୍କ ଜୀବନ ।

ତେବେ ଫୋତଲ ଭକ୍ତା ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ହେଲେ ଗତକାଲି ରାତିରେ ପୁଣି ଝଗଡ଼ା କରି ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ଆଜି ସକାଳେ ସ୍ତ୍ରୀର ମୃତଦେହ ପାଖରେ ସ୍ୱାମୀ କାନ୍ଦୁଥିବା ପାଖ ପଡ଼ୋଶୀ ଦେଖିଥିଲେ। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଚାନ୍ଦୁଆ ପୋଲିସ ପହଞ୍ଚି ମୃତଦେବାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।

 

Also read:ହୋଲିରେ ଅଘଟଣ, ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହୋଇ ଦୁଇ ଯୁବକ ମୃତ