ପାରିବାରିକ କଳହର କୁପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ପାରିବାରିକ କଳହର କୁପରିଣତି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅତର୍ଲା ଗାଁରେ ଘଟିଛି ଘଟଣା । ମୃତକ ହେଲେ ଅତର୍ଲା ଗାଁର ଅମୁଲ୍ୟ ବିଶ୍ୱାଳ । ଅଭିଯୁକ୍ତ ସ୍ୱାମୀ ଗୌତମ ବିଶ୍ୱାଳଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା । ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପରେ ଖବର ପାଇ ଦେଓଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ଏବଂ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିବା ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ଫେସବୁକ୍ ରୋମିଓକୁ ପିଟିଲେ ଲୋକ, ଫେସବୁକରୁ ଫୋନ୍ ନଂ ନେଇ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ