ପାରିବାରିକ ଅଶାନ୍ତି ନେଲା ଜୀବନ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ ।

କୋରାପୁଟ(କେନ୍ୟୁଜ୍): ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ ।

ଘଟଣା ସମ୍ପର୍କରେ ଜାଣିବାପରେ ସାଇଣ୍ଟିଫିକ ଟିମ୍ ପହଁଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ୱାମୀ ଅଦୁ ଖରାକୁ ପାଡୁଆ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.