ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଲେ ସ୍ୱାମୀ, ଘର ଆଗରେ ଧାରଣା ଦେଲେ ପ୍ରଥମ ପତ୍ନୀ

ଅନୁଗୋଳ: ଗାଁ ମଝିରେ ହାଇଡ୍ରାମା । କାରଣ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ । ଯାହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଧାଇଁ ଆସିଥିଲେ ଶଶୁର ଘରକୁ । କିନ୍ତୁ ସେଠାରେ ଦେଖିବାକୁ ପାଇଥିଲେ ଯେମିତି ଶାଶୁ ଘର ଲୋକଙ୍କୁ କିଛି ଫରକ ହିଁ ପଡୁନି । ଓଲଟା ଏନେଇ ପ୍ରଥମ ବୋହୁ ପ୍ରତିବାଦ କରିବାରୁ ଆହୁରି ମାଡ଼ ମାରିଥିଲେ ଶାଶୁଘର ଲୋକେ । ଯାହାପରେ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପ୍ରଥମ ପତ୍ନୀ । ଏଭଳି ଏକ ଅଭାବନୀୟ ଘଟଣା ଅନୁଗୋଳ ସଦର ଥାନା ଅନ୍ତର୍ଗତ କରଡାଗାଡିଆ ଅଞ୍ଚଳରେ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ପ୍ରଥମ ସ୍ତ୍ରୀକୁ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିଥିବା ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ସୂଚନା ଅନୁସାରେ ପ୍ରଥମ ସ୍ତ୍ରୀ ଜଣକ ହେଉଛନ୍ତି ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ଲୋପାମୁଦ୍ରା ପ୍ରଧାନ । ୨୦୧୭ ମସିହାରେ ସେ ପୋକତୁଙ୍ଗା ଗ୍ରାମର ଲମ୍ବୋଦର ଦେହୁରିଙ୍କ ପୁଅ ଜନାର୍ଦ୍ଦନ ଦେହୁରୀଙ୍କୁ ବିବାହ କରିଥିଲେ । କୌଣସି ପାରିବାରିକ ଅସୁବିଧା କାରଣରୁ ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେବା ପାଇଁ କେସ୍ କରିଛନ୍ତି । ଏହି କେସ୍ ଏବେ ହାଇକୋର୍ଟରେ ବିଚାରଧୀନରେ ରହିଛି ।

ଅନ୍ୟପଟେ ପ୍ରଥମ ସ୍ତ୍ରୀ ସ୍ବାମୀ ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିବାରୁ କଟକ ଫାମିଲି କୋର୍ଟରେ କେସ ମଧ୍ୟ କରିଥିଲେ । ଯାହାପରେ ସ୍ୱାମୀ ଜନାର୍ଦ୍ଦନ ଦେହୁରୀ କୋର୍ଟକୁ ଯାଇ ଅନ୍ୟତ୍ର ବିବାହ କରିବେ ନାହିଁ ବୋଲି ଚୁକ୍ତି କରିଥିଲେ । କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ସ୍ୱାମୀଙ୍କର ଆଉ କୌଣସି ଖୋଜ ଖବର ମିଳିନଥିଲା । ଯେତେ ବର୍ତ୍ତମାନ କିଛି ଦିନ ପୂର୍ବରୁ ମହିଳା ଜଣଙ୍କ ଜାଣିବାକୁ ପାଇଲେ କି ତାଙ୍କ ସ୍ବାମୀ କରଡା ଗାଡିଆରେ ରହି ଆଉ ଜଣଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।

ଏହା ଜାଣିବା ପରେ ମହିଳା ଜଣଙ୍କ କରଡାଗାଡିଆ ଯାଇ ତାଙ୍କ ସ୍ବାମୀଙ୍କୁ ଭରଣ ପୋଷଣ ମାଗିବାରୁ ମହିଳାଙ୍କୁ ଶାଶୁଘର ଲୋକେ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ତାଙ୍କ ଶଶୁର ତାଙ୍କୁ ତଣ୍ଟି ଚିପି ମାଡ ମାରିଛନ୍ତି । ଅନ୍ୟପଟେ ଛାଡପତ୍ର ପୂର୍ବରୁ ଦ୍ଵିତୀୟ ବିବାହ କରିବା ମଧ୍ୟ ନିୟମ ବିରୁଦ୍ଧ । ହେଲେ କୋର୍ଟରେ ମାମଲା ଚାଲିଥିବା ବେଳେ ସ୍ୱାମୀ ଆଉ ଜଣକୁ ବାହା ହୋଇଛନ୍ତି । ଯାହାକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା ହାଇଡ୍ରାମା । ତେବେ ଏ ନେଇ ଶାଶୂଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ଏହି ଘଟଣାରେ କେତେ ସତ୍ୟତା ରହିଛି? କିଏ ଠିକ କିଏ ଭୁଲ ତାହା ତଦନ୍ତ ପରେ ହିଁ ଜଣାପଡିବ ।

Also read: ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ, ନିର୍ବନ୍ଧ ପରେ ୩ଲକ୍ଷର ସୁନା ଅଳଙ୍କାର ନେଇ ମାରିଲା ଚମ୍ପଟ