ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା କଲା ସଇତାନ ସ୍ବାମୀ, ଥାନାରେ ଅଟକ

ବ୍ରହ୍ମପୁର : ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା । ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା କଲା ସଇତାନ ସ୍ବାମୀ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ରୋହି ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଝୁନୁ ଜେନା । ସଇତାନ ସ୍ବାମୀ ରାଜୁ ଜେନାକୁ ପୋଲିସ ଥାନାରେ ଅଟକ ରଖିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରୋଇ କଳହକୁ ନେଇ ଝୁନୁଙ୍କ ପେଟକୁ ଶାବଳରେ ଭୁସି ଦେଇଛି ରାଜୁ । ଘଟଣାସ୍ଥଳରେ ହିଁ ଝୁନୁଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ସଦର ପୋଲିସ ପହଞ୍ଚି ସ୍ୱାମୀକୁ ଅଟକ ରଖିବା ସହ ଅଧିକ ତଦନ୍ତ କରିଛି । ସାଇଣ୍ଟିଫିକ ଟିମ ଆଜି ତଦନ୍ତ କରିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ରହିଛି ।