ପରକୀୟା ପ୍ରେମ ପାଇଁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା, ଏବେ ଥାନାରେ ଅଟକ ସ୍ଵାମୀ ଓ ପ୍ରେମିକା

ସୁନ୍ଦରଗଡ (କେନ୍ୟୁଜ): ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ପରକ୍ରିୟା ପ୍ରେମ ପାଇଁ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରି ଏକ ବିଲରେ ଫୋପାଡିଦେବା ୪ ଦିନ ପରେ ମୃତ ଦେହ ଉଦ୍ଧାର ହେବା ସମସ୍ତ ଘଟଣା ସାମ୍ନାକୁ ଆସିଛି। କିଂଜିରକେଲା ଥାନା ବି.କରୁଅ।ବାହାଲ ଗ୍ରାମରେ ଘଟିଛି ଏଭଳି ଏହିଭଳି ଅଘଟଣ। ବି.କରୁଆ ବାହାଲ ଗ୍ରାମର ମିଶ୍ରିଲାଲ ବିଲୁଙ୍ଗ ପ୍ରାୟ ୧୫ ବର୍ଷ ତଳେ ସୁଶିଳା ବିଲୁଙ୍ଗ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ୨ ଝିଅ ଓ୧ ପୁଅ ମଧ୍ୟ ଅଛନ୍ତି। ମାତ୍ରମିଶ୍ରିଲାଲ ଝାରସୁଗୁଡାରେ କାମ କରୁଥିବା ବେଳେ ସେଠାକାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲାଆ ।

ମିଶ୍ରିଲାଲ ପ୍ରାୟ ୫ ବର୍ଷ ହେବ ଝାରସୁଗୁଡାରେ ଉକ୍ତ ଯୁବତୀଙ୍କ ସହ ରହି ଆସୁଥୁଲେ ମାତ୍ର ଚଳିତ ୯ ତାରିଖରେ ହଠାତ ମିଶ୍ରିଲାଲ ନିଜ ଘରକୁ ଫେରିଥିଲେ ଏବଂ ରାତିରେ ଖାଇ ସାରି ଘରେ ଶୋଇଥିଲେ ମାତ୍ର ରାତିରେ କୌଣସି କାରଣରୁ ଉଭୟ ମିଶ୍ରିଲାଲ ଓ ସୁଶିଲାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଏଥିରେ ମିଶ୍ରିଲାଲ ରାଗିଯାଇ ସୁଶିଲାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ପରେ ମୃତ ଦେହକୁ ଏକ ପଥରରେ ବାନ୍ଧି ବିଲ ରେ ଫୋପାଡି ଦେଇ ସକାଳୁ ପୁଣି ଝାରସୁଗୁଡା ପଳାଇଥିଲେ। ତେବେ ସୁଶିଲାଙ୍କୁ ସକାଳେ ଘରେ ନପାଇ ୧୦ ତାରିଖରେ ସୁଶିଲାଙ୍କ ଭାଇ କିଂଜିରକେଲା ଥାନାରେ ଲିଖିତ ଭାବେ ଜଣାଇଥିଲେ।

ପରେ ଗତକାଲି ବିଲ ମଝିରୁ ଗନ୍ଧ ହେବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ପରେ ଏହା ସୁଶିଲାଙ୍କ ମୃତ ଦେହ ବୋଲି ଜଣାପଡିଥିଲା। ପୋଲିସ ତଦନ୍ତରେ ମିଶ୍ରିଲାଲଙ୍କ ସଂପୃକ୍ତି ଥିବା ଜାଣି ପ୍ରଥମେ ତାଙ୍କୁ ଥାନାରେ ଅଟକ ରଖିଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ପ୍ରେମିକାକୁ ମଧ୍ୟ ପୋଲିସ ଗିରଫ କରିଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.