ଭୁବନେଶ୍ବର: ଖୋଲିବ ପ୍ରେମ କେଳେଙ୍କାରୀର ଗୁମର । ଆଜିଠୁ ରିମାଣ୍ଡରେ ଯିବ ସତ୍ୟଜିତ ସାମଲ । ଯାଜପୁର ଜିଲ୍ଲା ବିଞ୍ଝାରପୁରର ସତ୍ୟଜିତ ସାମଲକୁ ରିମାଣ୍ଡରେ ଆଣି ଖୋଲିବ ସତ୍ୟର ମିଥ୍ୟା ପ୍ରେମ କାହାଣୀର ପେଡି । ୧୦ ଦିନ ରିମାଣ୍ଡ ପାଇଁ ଭୁବନେଶ୍ବର SDJM କୋର୍ଟରେ ଆବେଦନ କରିଥିଲା କ୍ୟାପିଟାଲ ପୋଲିସ । ରିମାଣ୍ଡ ସମୟରେ ଠକେଇ ଘଟଣାର ଖୋଳତାଡ ହେବ । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ । ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ । ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ । ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ ।
ସୂଚନାଯୋଗ୍ୟ, ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲ ଶନିବାର ବନ୍ଧାହୋଇଥିଲେ । ତାଙ୍କର ଆହୁରି ୪୯ ଜଣ ପ୍ରେମିକା ଥିଲେ । ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଥିଲେ । ସତ୍ୟଜିତ୍ଙ୍କ ଘର ଯାଜପୁର ବିଞ୍ଝାରପୁରରେ । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ । ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ । ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ । ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ । ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ ବୋଲି କମିଶନର ସଞ୍ଜୀବ ପଣ୍ଡା କହିଥିଲେ। ସତ୍ୟଜିତ୍ଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍ ଜବତ ହୋଇଛି । ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା କମିଶନର ପଣ୍ଡା କହିଛନ୍ତି ।