ପୁରୁଷୋତ୍ତମପୁର: ସରପଞ୍ଚଙ୍କ ସ୍ବାମୀଙ୍କ ଦାଦାଗିରି । ଦୋକାନରେ ପଶି ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣିଲେ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି । ଆକ୍ରମଣର ଶୀକାର ବ୍ୟକ୍ତି ଜଣକ ସୁଶାନ୍ତ ବେହେରା ।
ଗତକାଲି ରାତିରେ ସୁଶାନ୍ତ ନିଜ ଷ୍ଟେସନାରୀ ଦୋକାନରେ ଥିବାବେଳେ ସରପଞ୍ଚଙ୍କ ସ୍ବାମୀ ଦିବାକର ବେହେରା ତାଙ୍କୁ ଖଣ୍ଡାରେ ହାଣିପକାଇଥିଲେ । ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୁରୁଷୋତ୍ତମପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।