ସୈତାନ ସ୍ୱାମୀର ନାରକୀୟ କାଣ୍ଡ : ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

ବରଗଡ଼ (କେନ୍ଯୁଜ୍): ସୈତାନ ସାଜିଲା ସ୍ୱାମୀ । ସ୍ତ୍ରୀର ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା । ଏଭଳି ଗୁରୁତର ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ବିରମାଲ ଗ୍ରାମରୁ । ଗୁରୁତର ମହିଳାଙ୍କୁ ପ୍ରଥମେ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଗୁରୁତର ମହିଳାଙ୍କ ଭାଇ ବରଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ୨୦୧୩ ମସିହାରେ ପଥର୍ଲା ଗ୍ରାମର ତପସ୍ୱିନୀ ଏବଂ ବିରାମାଲ ଗ୍ରାମର ପ୍ରତାପ ବିବାହ କରିଥିବା ବେଳେ ତାଙ୍କର ଦୁଇ ପୁଅ ଝିଅ ଅଛନ୍ତି । ଘରୋଇ କଳହକୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରୁଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଗୁରୁତର ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.