କ୍ୟାନ୍ସରରେ ସ୍ତ୍ରୀ ଚାଲିଯିବା ପରେ କିଡ଼ନୀ ରୋଗରେ ଶଯ୍ୟାଶାୟୀ ସ୍ୱାମୀ ରବିନାରାୟଣ, ଜୀବନ ବଞ୍ଚାଇବାକୁ ସରକାରଙ୍କୁ ନିବେଦନ

କାମାକ୍ଷାନଗର: କଥାରେ କୁହାଯାଏ ଯେତେବେଳେ ଅଭାବ ଅନଟନ ଦୁଃଖ କଷ୍ଟ ଭିତରେ ଯଦି ରୋଗ ବୈରାଗ ମାଡ଼ି ଆସେ ସେତେବେଳେ ଦୁଃଖ ଦ୍ବିଗୁଣିତ ହୋଇଯାଏ । ଅଭାବରେ ରହୁଥିବା ପରିବାରଟି ନିଜ ପେଟ ପାଇଁ ସର୍ବଦା ଚିନ୍ତାରେ ରହୁଥିବା ବେଳେ ଏପଟେ ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରିଥାଏ । କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ପଞ୍ଚାୟତର ତୁଳସୀପଶି ଗାଁ ର ରବିନାରାୟଣ ବେଜ l ଗାଁ ନିକଟରେ ଥିବା ମଠକରଗୋଳା ବଜାର ରେ ଏକ ସେଲୁନ ଦୋକାନ କରି ବେଶ ହସଖୁସି ରେ ପରିବାର ପ୍ରତିପୋଷଣ କରୁଥିଲେ l

ପରିବାର କହିଲେ ସ୍ତ୍ରୀ ମୀରାରାଣୀ ଓ ଦୁଇ ଝିଅ ସ୍ୱାତୀସୁମନ ଓ ଶ୍ରଦ୍ଧାସୁମନ l ନିଜ ସ୍ୱଳ୍ପ ରୋଜଗାର ରେ ନିଜ ପରିବାରକୁ ନେଇ ବେଶ ଖୁସିରେ ଥିଲେ ରବିନାରାୟଣ l ମାତ୍ର କେମିତି କେଜାଣି ତାଙ୍କ ହସଖୁସିର ପରିବାର ଉପରେ ସତେ ଯେମିତି କାହା ନଜର ଲାଗିଗଲା l ହସଖୁସି ରେ ଚଳୁଥିବା ପରିବାର ଉପରେ ଦୁଃଖର କଳା ବାଦଲ ଛାଇଗଲା l ରବିନାରାୟଣଙ୍କ ସ୍ତ୍ରୀ ମୀରାରାଣୀଙ୍କୁ ଦୁରାରୋଗ୍ୟ କ୍ୟାନ୍ସର ହୋଇଗଲା l ସ୍ତ୍ରୀ କୁ ଭଲ କରିବାକୁ ଯାଇ ରବିନାରାୟଣ ଯାହା ରୋଜଗାର କରୁଥିଲେ ସବୁ ଟଙ୍କା ଖର୍ଚ୍ଚ କରିଦେଲେ l ସବୁଟଙ୍କା ଖର୍ଚ୍ଚ କରି ମଧ୍ୟ ନିଜ ସ୍ତ୍ରୀ କୁ କ୍ୟାନ୍ସର ବଞ୍ଚାଇ ପାରିଲେନି ରବିନାରାୟଣ l ଆଜିକୁ ୮ ମାସ ତଳେ କ୍ୟାନ୍ସର ରେ ପୀଡିତ ହୋଇ ସ୍ତ୍ରୀ ମୀରାରାଣୀ ଆରପାରି କୁ ଚାଲିଗଲେ l ଦୁଇ ଝିଅ ଙ୍କ ମୁହଁ କୁ ଚାହିଁ ରବି ନିଜର ସମସ୍ତ କଷ୍ଟ ଭୁଲି ଆଗକୁ ଆଗେଇଲେ l କିନ୍ତୁ ସେ ନିଜେ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ l ଏତେବଡ ଦୁନିଆରେ ମା କୁ ହରାଇଥିବା ଦୁଇ ନିଷ୍ପାପ ଝିଅ ଙ୍କୁ ବଡ଼ କରିବାର ସ୍ବପ୍ନ ଦେଖୁଥିବା ରବିନାରାୟଣଙ୍କ ସ୍ବପ୍ନ ଅଧାରେ ରହିଗଲା l ପରିବାର ପୋଷୁଥିବା ସେଲୁନ ଦୋକାନ ମଧ୍ୟ ବନ୍ଦ ହୋଇଗଲା l ଏବେ ନିଜ ଭଉଣୀ ଘରେ ଦୁଇ ଝିଅଙ୍କୁ ଧରି ଶଯ୍ୟାଶାୟି ।

କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ରୋଜଗାର ହରାଇ ବସିଲେ ରବିନାରାୟଣ l କେମିତି ଦୁଇ ଝିଅ ଙ୍କ ମୁହଁ ରେ ମୁଠାଏ ଆହାର ଦେବେ ସେଇ ଚିନ୍ତା ରେ କିଛି ଉପାୟ ନପାଇ ନିଜ ଭଉଣୀ ଘରେ ଆଶ୍ରୟ ନେଇଛନ୍ତି ରବିନାରାୟଣ l ତୁଳସୀପଶି ଗ୍ରାମ ରେ ବିବାହ କରିଥିବା ଭଉଣୀ ରୁନୁ ବାରିକଙ୍କ ଘରେ ରହି ନିଜର ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରବିନାରାୟଣ l କିନ୍ତୁ ଭାଇକୁ ଭଲ କରିବାର ଇଛା ଥିଲେ ମଧ୍ୟ ରୁନୁଙ୍କ ପାଇଁ ଅର୍ଥ ସାଜିଛି ବାଧକ l ରୁନୁଙ୍କ ସ୍ୱାମୀ ଦୁଇ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣା ର ସମ୍ମୁଖୀନ ହୋଇ ମେରୁଦଣ୍ଡ ରେ ଆଘାତ ଲାଗିଥିଲା ବେଳେ ଠିକ ରେ ଚଲାବୁଲା କରି ପାରୁନାହାନ୍ତି l ଫଳରେ ଅର୍ଥାଭାବରୁ ଗୋଟିଏ ପଟେ ଭାଇ ଓ ଅନ୍ୟ ପଟେ ସ୍ୱାମୀ, କେମିତି କାହାକୁ ଚିକିତ୍ସା କରାଇବେ ସେନେଇ କୌଣସି ରାହା ପାଉନାହାନ୍ତି ରୁନୁ l

ଭାଇର ଡାଏଲିସିସ ପାଇଁ ସପ୍ତାହ କୁ ଦୁଇଥର ୧୦୦୦ ଟଙ୍କା କେବଳ ଗାଡିଭଡା ଖର୍ଚ୍ଚ ହେଉଛି l ତାପରେ ଭାଇର ଦୁଇ ଝିଅ ଓ ନିଜ ପରିବାର ର ବୋଝ ରୁନୁଙ୍କୁ ଭାରାକ୍ରାନ୍ତ କଲାଣି l ସେଥିପାଇଁ ଭାଇ ରବିନାରାୟଣଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ରୁନୁ l ଅନ୍ୟପକ୍ଷରେ ଏ ସମ୍ପର୍କରେ କାମାକ୍ଷାନଗର ବିଡ଼ିଓ ଅବିନାଶ ପାଣ୍ଡିଆ କହିଛନ୍ତି ଖବର ପାଇ ସରକାରୀ ସ୍ତର ରେ ଯାହା ସାହାଯ୍ୟ ଆବଶ୍ୟକ ତାହା ଯୋଗାଇ ଦିଆଯିବ l ରବିନାରାୟଣଙ୍କ ଚିକିତ୍ସା ଖର୍ଚ୍ଚ ଓ ଦୁଇ ଝିଅଙ୍କ ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ନେଇ ବିଡ଼ିଓ କହିଛନ୍ତି l ତେବେ ଅର୍ଥାଭାବ ଯୋଗୁଁ ଚିକିତ୍ସା ଓ ପରିବାର ଚଳାଇବା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଛନ୍ତି ରବି ଓ ତାଙ୍କ ପରିବାର l ଯଦି କେହି ବଦାନ୍ୟ ବ୍ୟକ୍ତି କୌଣସି ସାହାଯ୍ୟ କରିପାରନ୍ତି ତାହେଲେ ରବି ଙ୍କ ଚିକିତ୍ସା ହୋଇ ପାରିବା ସହ ଦୁଇ ଝିଅ ଙ୍କ ପାଠପଢା ରେ ବାଧକ ଦେଖାଯିବ ନାହିଁ l

ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ର ସହଯୋଗ ମିଳିପାରିଲେ ଚିକିଶ୍ଚିତ ହୋଇ ପୁଣି ନିଜ ଦୁଇ ଝିଅଙ୍କୁ ହସଖୁସି ର ସଂସାର କରିବେ ରବି l ତେବେ ତୁରନ୍ତ କିପରି ରବି ଓ ତାଙ୍କ ପରିବାର ର ଦୁଃଖ ସରକାର ବୁଝିବେ ସେନେଇ ଅପେକ୍ଷା ରେ ରବିନାରାୟଣ l ତେବେ ରବିଙ୍କୁ ସହାୟତା କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ….

ନାମ-ପ୍ରଶାନ୍ତ ବାରିକ
ଆକାଉଣ୍ଟ ନଂ-39558728980
IFSC CODE- SIBN000235
Branch-Kamakhya Nagar
phone pay no-6383877224

You might also like