ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ

ମାର୍ଶାଘାଇ : ସ୍ତ୍ରୀକୁ ନାନା ପ୍ରକାର ଶାରୀରିକ ନିର୍ଯାତନା ଦେବା ସହ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ଯ କରୁଥିବା ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ଫାଷ୍ଟ ଟ୍ରାକ କୋର୍ଟ l ଗତ ୨୦୧୯ ମସିହାରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ବିରୋଧରେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ଵାମୀ ଅଜୟ ନାଥକୁ ଗିରଫ କରିଥିଲା l ଏହି ମାମାଲାର ବିଚାର କରି ପ୍ରାୟ ୧୩ ଜଣଙ୍କ ସାକ୍ଷ୍ୟ ଆଧାରରେ ଆଜି ଜିଲ୍ଲା ଫାଷ୍ଟ ଟ୍ରାକ କୋର୍ଟ ରାୟ ପ୍ରକାଶ କରିଛନ୍ତି l ଅଜୟ ନାଥ ନିଜ ସ୍ତ୍ରୀକୁ ଯୌତୁକ ନିର୍ଯ୍ଯାତନା ମଧ୍ୟ ଦେଉଥିବା ଅଭିଯୋଗ ହୋଇଥିଲା l