ବ୍ରହ୍ମପୁର : ସ୍ବାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ପାରିବାରିକ କଳହର କରୁଣ ପରିଣିତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁର ଅଭାବନୀୟ ଘଟଣା । ଗୁରୁତର ହେଲେ ୩୨ ବର୍ଷୀୟ ଲିଟିଲି ପାଣିଗ୍ରାହୀ । ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ବିତ ରାତିରେ ସଇତାନ ସ୍ବାମୀ ଛୁରୀରେ ଲିଟିଲିଙ୍କୁ ଆକ୍ରମଣ କରିଥିଲା । ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।