ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ, ସାମାନ୍ୟ ବଚସାରୁ ହତ୍ୟା

ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ । ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ମୟୂଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାଲିଯୋଡ଼ା ଗାଁରେ ଏଭଳି ଘଟଣା ଘଟିଛି  । ଗାଁର ଶୁକଦେବ ସିଂ ରାତିରେ ବଜାରରୁ ଫେରି ଘରେ ପହଞ୍ଚିଥିଲେ । ଘରେ ପହଂଚିବା ପରେ କୌଣସି କାରଣକୁ ନେଇ ଶୁକଦେବ ଏବଂ ତାଙ୍କ ସ୍ତ୍ରୀ କୁନିମଣି ସିଂଙ୍କ ମଧ୍ୟରେ ବଚସା ହୋଇଥିଲା ।

ସ୍ୱାମୀ ଶୁକଦେବ ଉତକ୍ଷିପ୍ତ ହୋଇ ଏକ ପଥରରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇଥିଲା । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସକାଳୁ ଶୁକଦେବ ତାଙ୍କ ସ୍ତ୍ରୀକୁ ମାରିଦେଇଥିବା କଥା ପରିବାର ଲୋକଙ୍କୁ କହିଥିଲେ । ପୋଲିସ ଜାଣିବା ପରେ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି । ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।