ବୀଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀକୁ ଟାଙ୍ଗିଆରେ ହାଣିବା ପରେ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ

ପାରିବାରିକ କଳହରୁ ସର୍ବନାଶ । ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ ।

ବାଂଶପାଳ (କେନ୍ୟୁଜ): ପାରିବାରିକ କଳହରୁ ସର୍ବନାଶ । ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ସ୍ତ୍ରୀ ହେଲେ ସୁଲୋଚନା ସେଠୀ ।

ମିଳିଥିବା ଖବର ଅନୁସାରେ ଯୌତୁକ ନିର୍ଯାତନା ସହିତ ଜୀବନରେ ମାରି ଦେବାକୁ ପୂର୍ବରୁ ଧମକ ଦେଉଥିଲେ ଶାଶୁଘର ଲୋକ ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଆଜି ଭୋର ସମୟରେ ଏକ ଟାଙ୍ଗିଆରେ ରଥିଆ ସେଠୀ ନାମକ ଯୁବକ ନିଜ ସ୍ତ୍ରୀ ସୁଲୋଚନା ବେହେରାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ତେଲକୋଇ ଥାନାରେ ଆତ୍ମ ସମର୍ପଣ କରିଛି । ଘଟଣାସ୍ଥଳରେ ତେଲକୋଇ ତହସିଲଦାର,ସଦର ଏସଡିପିଓ,ତେଲକୋଇ ଥାନା ଅଧିକାରୀଣୀ ତଥା ସାଇନ୍ସଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।