ସୀମା ଟପିଲା ନିର୍ଯାତନା, ଯୌତୁକ ଦାବିରେ ସ୍ବାମୀ ମାଡରେ ସ୍ତ୍ରୀ ଓ ଶାଶୁ ଗୁରୁତର

କାମାକ୍ଷାନଗର : ପ୍ରେମ ବିବାହର କରୁଣ ପରିଣତି। ଯୌତୁକ ଦାବିରେ ସ୍ତ୍ରୀକୁ ବାରମ୍ବାର ମାଡମାରି ଲହୁ ଲୁହାଣ କରିବା ପରେ ମରଣ ସହିତ ଲଢେଇ କରୁଛନ୍ତି ଉଭୟ ସ୍ତ୍ରୀଓ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ।

ସୂଚନା ଅନୁଯାୟୀ ସରିତା ନାୟକ ଗତ ୭ବର୍ଷ ପୂର୍ବେ ସେହି ଗାଁର ଗିରିଶଚନ୍ଦ୍ର ନାୟକଙ୍କୁ ଭଲପାଇ ବିବାହ କରିଥିଲେ। କିଛିଦିନ ପାରିବାରିକ ସଂପର୍କ ଭଲରେ ଚାଲିଥିଲା। ଏବେ ଗିରିଶଚନ୍ଦ୍ର୍ର ନାୟକ ଅଧିକ ଯୌତୁକ ଆଣିବା ଦାବିରେ ସ୍ତ୍ରୀକୁ ବାରମ୍ବାର ମାଡମାରିବା ସହ ମରଣାତ୍ମକ ଆକ୍ରମଣ କରିବା ଜଣାପଡିଛି । ଯାହାକୁ ନେଇ ସରିତା ନିଜ ୪ବର୍ଷର ପୁଅକୁ ନେଇ ବାପଘରକୁ ପଳାଇ ଆସି ରହୁଥିଲେ। ଏହାପରେ ଆଜି ସକାଳେ ସ୍ବାମୀ ଗିରିଶଚନ୍ଦ୍ର ନାୟକ ଆସି ସରିତାଙ୍କୁ ଯୋର ଜବରଦସ୍ତି ଘରକୁ ଯିବାକୁ ବାଧ୍ୟ କରିଥିଲେ । ସେ ଯିବାକୁ ଅରାଜି ହେବାରୁ ତାଙ୍କୁ ମାଡମାରିବା ସହ ତାଙ୍କ ପେଟଉପରେ ଛିଡାହୋଇପଡିଥିଲେ। ଏହାଦେଖି ସରିତାଙ୍କ ମାଆ ତାଙ୍କୁ ଉଦ୍ଧାର କରିବାକୁ ଯିବାବେଳେ ଗିରିଶ ତାଙ୍କୁ ମଧ୍ୟ ମାଡମାରିଥିଲେ। ଫଳରେ ଉଭୟ ମାଆ ଓ ଝିଅ ଏବେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି।

 

 

 

ଆହୁରି ପଢ଼ନ୍ତୁ : ୨୦୧୯ରେ ସମ୍ପତ୍ତି ପାଇଁ ଦାଦାଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ