ସ୍ତ୍ରୀ ପାଇଁ ବାଲେଶ୍ୱରରୁ ସିଂହଦ୍ବାର, ଜୀବନ ସାଥୀର ଆରୋଗ୍ୟ ପାଇଁ କାଳିଆ ଦୂଆରେ ଶରଣ ପସିଲେ ସ୍ବାମୀ

ପୁରୀ(କେନ୍ୟୁଜ୍):  ବାଲେଶ୍ୱରରୁ ପୁରୀ । ସ୍ତ୍ରୀଙ୍କ ଆରୋଗ୍ୟ କାମନା କରି ୨୫୦ କିଲୋମିଟରରୁ ଅଧିକ ବାଟ ଚାଲିଲେ ଯୁବକ । ମହାପ୍ରଭୁଙ୍କୁ ଦର୍ଶନ କରି ସ୍ତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି ବାଲେଶ୍ୱର ସଦର ଅଞ୍ଚଳର ଗୌରୀ ଶଙ୍କର ପାତ୍ର । ପତ୍ନୀ ପ୍ରାୟ ୪ ମାସ ହେବ ଅପରେସନ ହୋଇ ଅସୁସ୍ଥ । ତେଣୁ କାଳିଆ ସାଆନ୍ତଙ୍କୁ ଦୁଃଖ ଜଣାଇବାପାଇଁ ଆସିଛନ୍ତି ।

ତେବେ ଅରୁଣ ସ୍ତମ୍ଭ ନିକଟକୁ ଯିବାକୁ ସୁଯୋଗ ନଦେବାରୁ କିଛି ସମୟ ପାଇଁ ସେ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ । କିଛି ସେବlୟତ ତାଙ୍କୁ ତୁଳସୀ ଦେବାସହ ମହାପ୍ରଭୁଙ୍କ ଆଶୀର୍ବାଦ ପୁଷ୍ପ ପ୍ରଦାନ କରିଥିଲେ ।

 

ଦର୍ଶନ କଟକଣା ଥିବାରୁ ସେ ମନ୍ଦିର ଭିତରକୁ ଯାଇପାରିନଥିଲେ । ଗତ ବୁଧବାର ରାତି ୩ଟାରୁ ବାଲେଶ୍ୱରରୁ ଚାଲି ଚାଲି ଆସି ଗତକାଲି ସେ ପୁରୀରେ ପହଞ୍ଚିଥିବା କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.