ଗଞ୍ଜାମ: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ, ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଗଞ୍ଜାମ(କେନ୍ୟୁଜ୍): ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ । ଗଞ୍ଜାମ ଜିଲ୍ଲା ପୋଲସରା ସୋଡ଼କ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଲିଲି ଗୌଡ ଓ ବିପିନ ଗୌଡ । ଲିଲି ଗୌଡଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

ଏହାସହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ବିପିନ ଗୌଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟ ୬ ମାସ ପୂର୍ବରୁ ବିବାହ କରିଥିଲେ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲସରା ଥାନା ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.