ଶୋଇଥିବା ବେଳେ ବିଷଧର ସାପ ମାରିଲା ଚୋଟ, ୧୩ ମାସର ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମା

ନୂଆପଡ଼ା (କେନ୍ୟୁଜ୍): ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଗଲା ୧୩ ମାସର ଶିଶୁ । ସେମାନେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡି ଦେଇଥିଲା ।

ଗୁରୁତର ଅସୁସ୍ଥ ଅବସ୍ଥାରେ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକମାନେ ହେଲେ ବରଗଡ଼ ଜିଲ୍ଲା ଝିଟକି ଗାଁର ଶଙ୍କର ପ୍ରଧାନ ଓ ତାଙ୍କ ପତ୍ନୀ ଶାନ୍ତି ପ୍ରଧାନ । ଏପଟେ ତାଙ୍କର ୧୩ ମାସର ଶିଶୁଟିର ଚିକିତ୍ସା ଚାଲିଛି । ସେ ମାଆ କ୍ଷୀର ଖାଇ ଅସୁସ୍ଥ ହୋଇ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.