ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର (କେନ୍ୟୁଜ): ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଜଣେ ରାଜନେତା ତଥା କବି ଭାବେ ପ୍ରସିଦ୍ଧି ହାସଲ କରିଥିଲେ । ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ।

ହୁସେନ୍ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁର ମୁଫତିବାଗରେ ତାରାକୋଟର ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠ ପୁତ୍ର ଏବଂ ତାରାକୋଟ ରାଜ୍ୟର ଶେଷ ଶାସକ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂରଙ୍କ ନାତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ। ସେ ୧୩ଟି ପୁସ୍ତକର ରଚୟିତା।

୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କ ଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.