ଜୟପୁର : ଦିନକ ପୂର୍ବରୁ ଭାଲୁର ରାଜ । ଭାଲୁ କୁ ଜନ୍ତାରେ ଧରିବା ପରେ ଏବେ ହେଟା ବାଘ ହଟହଟା କରୁଛି । ଦୀର୍ଘ ୭୨ଘଣ୍ଟା ପରେ ଭାଲୁକୁ କାବୁ କରି ଟିକିଏ ଫୁରୁସତ ନେବା ବେଳେ ବୋରିଗୁମ୍ମା ବନଖଣ୍ଡ ରେ ହେଟା ବାଘ୍ ଚିନ୍ତା । ଗାଁରେ ପଶିଛି ହେଟା ବାଘ ଲୋକେ ଭୟଭିତ । ବୋରିଗୁମ୍ମା କଣାଗାଁରେ ଗତକାଲି ଠାରୁ ଏକ ହେଟାବାଘ ପଶି ଗାଁର ଏପାଖେ ସେପାଖେ ଘୁରି ବୁଲୁଛି ଆଉ ଲୋକଙ୍କୁ ଦେଖିଲେ ଗୋଡାଉଛି ।
ହେଟା ଡରରେ ଲୋକେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଆଜି ସକାଳୁ କିଛି ଯୁବକ ଶୌଚ ହେବାକୁ ପୋଖରୀକୁ ଯାଇଥିଲେ ସେହି ସମୟରେ ହଠାତ ହେଟାବାଘ ଗର୍ଜନ କରୁଥିବା ଶୁଣିବା ସହ ସେମାନଙ୍କୁ ଗୋଡାଇଥିଲା ହେଟା । ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ପଳେଇଥିଲେ ଆଉ ଗାଁ ଲୋକ ଖବର ଦେଇଥିଲେ ଜଙ୍ଗଲ ବିଭାଗ କୁ ଖବର ପାଇ ବୋରିଗୁମ୍ମା ବନଖଣ୍ଡ କର୍ମଚାରି ଗାଁ ରେ ପହଂଚିଥିବା ସୂଚନା ମିଳିଛି ।