ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ଟେଷ୍ଟ,ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ

ବାଲେଶ୍ବର(କେନ୍ୟୁଜ୍): ଭାରତର ହାଇପରସୋନିକ ଟେଷ୍ଟ । ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ HSTDV । ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଛି।

HSTDV ହେଉଛି ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ। ଏହା ହାଇପରସୋନିକ ଓ ଦୂରଗାମୀ କ୍ରୁଜ ମିସାଇଲକୁ ନେଇପାରିବ। ଏହାର ତୀବ୍ର ବେଗ କାରଣରୁ ଅଧିକାଂଶ ରାଡାର ଏହାକୁ ଠାବ କରିବାରେ ସକ୍ଷମ ହୋଇପାରିନଥାନ୍ତି। ପୂର୍ବରୁ ଭାରତ ୨୦୧୯ ଓ ସେପ୍ଚେମ୍ବର ୨୦୨୦ରେ ଏଭଳି ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ HSTDVରେ ସଂଯୋଗ ହୋଇଥିବା ସ୍କ୍ରାମଜେଟ ଇଞ୍ଜିନର ବେଗ ଘଣ୍ଟାପ୍ରତି ୭ହଜାର ୫ଶହ କିମି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.