ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ । ଆଉ ଟିକେ ଆଖି ଲାଗିଛି କି ନାହିଁ, ଚାଳ ଉପରେ କଣ ଗୋଟେ ଦୁମକି ପଡିଲା ଭଳି ଲାଗିଲା । କିଛି ବୁଝିବା ପୂର୍ବରୁ କଣ ହେଇଛି, ସେତେବେଳକୁ ଘର ଉପରେ ପଡିସାରିଲାଣି ହାଇଓ୍ଵା ଟ୍ରକ । ରାସ୍ତା ପାଖରେ ଘର କରିଥିଲେ, କିନ୍ତୁ ଏମିତି ବିପଦକୁ ସାମ୍ନା କଲେ । ଯାହାପରେ ଏମିତି କାନ୍ଦୁଛନ୍ତି ଘର ଲୋକେ ।

ରାସ୍ତା ପାଖରେ ଘର ବୋଲି ରାସ୍ତାରେ ଯାଉଥିବା ହାଇଓ୍ଵା ଟ୍ରକ ବାଟବଣା ହୋଇ ଏମିତି ଘର ଉପରକୁ ମାଡି ଯାଇଛି । ଯାହାପରେ ଏକଦମ୍‌ ଛିନଭିନ୍‌ କରିଦେଇଛି ଘରକୁ । ଘରେ ଶୋଇଥିବା ଲୋକ ଫସିରହିଗଲେ ସେହି ଘର ଭିତରେ । ଯାହାପରେ ଚାଳ ଫୁଟାଇ ଲୋକମାନେ ତାଙ୍କୁ ଉଦ୍ଧାର କଲେ । ଘରେ ଥିବା ଜିନିଷ ତ ନଷ୍ଟ ହୋଇଛି । ଘରେ ବନ୍ଧା ହୋଇଥିବା ଗୋଟେ ଗାଈ ବି ଆହତ ହୋଇଛି ।

ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତା ସାଲେପୁର ଥାନା କୁଳିଆ ବଜାର ଠାରେ । ଅଳ୍ପକେ ବଞ୍ଚିଲେ ପରିବାର ଲୋକେ । ଗତକାଲି ବିଳମ୍ବିତ ରାତ୍ରିରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଏକ ହାଇୱା ଟ୍ରକ ଭାରସାମ୍ୟ ହରାଇ କୁଳିଆ ବଜାର ସ୍ଥିତ ନାରାୟଣ ଦାସ ଓ ତାଙ୍କ ଭାଇଙ୍କ ଘର ଉପରେ ଚଢିଯାଇଛି । ଫଳରେ ଗାଇ ଗୋରୁ ଓ ଘର ଆସଭାବପାତ୍ର କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବଞ୍ଚିଯାଇଛନ୍ତି ପରିବାର ଲୋକେ ।

You might also like