ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ମୁଖ୍ୟପ୍ରଶାସକ ଦାୟିତ୍ୱ । ଏବେ କୃଷି ବିଭାଗର ପ୍ରମୁଖ ସଚିବ ଅଛନ୍ତି ଅରବିନ୍ଦ ପାଢ଼ୀ । ଅନ୍ୟାଦେଶ ପର୍ଯ୍ୟନ୍ତ ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ତାଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି l

ଅରବିନ୍ଦ ପାଢ଼ୀ ତାଙ୍କର ପୁର୍ବ ଦାୟିତ୍ୱ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିବେ l ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଦାୟିତ୍ୱରେ ରହିଥିଲେ l ବୀର ବିକ୍ରମ ଯାଦବ ଯୋଗାଣ ବିଭାଗ ସଚିବ ରହିବା ସହ ପୂର୍ତ୍ତ ସଚିବ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଆଡପ ପହଣ୍ଡିରେ ବିଭ୍ରାଟ ପରେ ତାଙ୍କ ବଦଳି ହୋଇଥିବା ଅନୁମାନ କରାଯାଉଛି ।

You might also like