ହଟିଲେ ବିଷ୍ଣୁପଦ ସେଠୀ, ପ୍ରମୁଖ ସଚିବରୁ ହେଲେ ଓଏସଡି

ଭୁବନେଶ୍ୱର : ହଟିଲେ ବିଷ୍ଣୁପଦ ସେଠୀ। ଏସସିଏସଟି ବିଭାଗରୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହେଲେ ବିଷ୍ଣୁପଦ ସେଠୀ। ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନୂଆ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ଓଏସଡି ଭାବେ ବଦଳିଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ ରଖିବେ।

ଏସସିଏସଟି ବିଭାଗର ପ୍ରମୁଖ ସଚିବ ଭାବେ ସଞ୍ଜୀବ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି ସରକାର। ନିକଟରେ ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିଲେ ସଞ୍ଜୀବ ମିଶ୍ର। ସେହିପରି ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ AGMUT କ୍ୟାଡର IAS ମନୋଜ ସାହୁ। ପୂର୍ବରୁ ଇଲେକ୍ ସନ କମିସନରେ ଡେପୁଟି ଇଲେକସନ କମିସନ ଭାବେ ଦାୟିତ୍ବ ତୁଲାଉଥିଲେ।