ଅଦଳବଦଳ ହେଲେ ବରିଷ୍ଠ IAS, ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।ପଞ୍ଚାୟତିରାଜ ସଚିବ ସୁଶୀଲ କୁମାଲ ଲୋହାନୀଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପଞ୍ଚାୟତିରାଜ ସଚିବ ସୁଶୀଲ କୁମାଲ ଲୋହାନୀଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ କୁମାର ସିଂଙ୍କୁ ଶକ୍ତି ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଜ୍ଞାନରଞ୍ଜନ ଦାସଙ୍କୁ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଇଛି ।

Leave A Reply

Your email address will not be published.