ଏଣିକି ଆଇଏଏସ ଅଧିକାରୀ ଛୁଟି ନେବା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବେ, ବାହାରିଲା ନିର୍ଦ୍ଦେଶାନାମା

ଭୁବନେଶ୍ବର : ଏଣିକି ଆଇଏଏସଙ୍କ ଛୁଟିରେ ଲାଗିବ ଲଗାମ । ଅଧିକାରୀଆଇଏଏସ ଅଧିକାରୀ । ହେଡକ୍ବାର୍ଟର ଛାଡ଼ିବା ପୂର୍ବରୁ ହେଉ ବା କୌଣସି ପ୍ରକାର ଛୁଟି ନେବା ପୂର୍ବରୁ ହେଉ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବେ ଆଇଏଏସ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି । କିଛି ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନ ନେଇ ଛୁଟିରେ ରହୁଥିବାରୁ ଏପରି ନିର୍ଦେଶ ଜାରି କରାଯାଇଥିବା ଜଣାଯାଇଛି । ଖାଲି ସେତିକି ନୁହେଁ ଆଇଏଏସ ଅଧିକାରୀମାନେ ସିଏଲ, ଇଏଲ,ସିସିଏଲ,କମ୍ୟୁଟେଡ ଛୁଟିରେ ରହିବାକୁ ହେଲେ ମୁଖ୍ୟ ସଚିବଙ୍କ ଠାରୁ ଛୁଟି ନେବାକୁ ପଡିବ ବୋଲି ନେର୍ଦ୍ଦେଶରେ ଉଲ୍ଲେଖ ରହିଛି ।