ଆଇଏଏସ୍‌ ଉଷା ପାଢ଼ୀଙ୍କ ହାତ ତିଆରି ସମ୍ବଲପୁରୀ ମାସ୍କ, ପିନ୍ଧିଲେ ସ୍ୱାମୀ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବରିଷ୍ଠ ପ୍ରଶାସିକା ତଥା ଓଡ଼ିଆ ଅଧିକାରୀ ଉଷା ପାଢ଼ୀ ନିଜ ହାତରେ ତିଆରି କରୁଛନ୍ତି ମାସ୍କ । ସେ ସମ୍ବଲପୁରୀ କପଡ଼ାରେ ସୁନ୍ଦର ସୁନ୍ଦର ମାସ୍କ ତିଆରି କରିଛନ୍ତି । ଆଉ ଏହି ମାସ୍କକୁ ସେ ନିଜେ ଏବଂ ତାଙ୍କ ପ୍ରଶାସକ ସ୍ୱାମୀ ଅରବିନ୍ଦ ପାଢ଼ୀ ମଧ୍ୟ ବ୍ୟବହାର କରୁଛନ୍ତି ।

2ନିଜ ଟ୍ଵିଟରରେ ଏ ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ କରୋନା ବିରୋଧୀ ଏହି ଆନ୍ଦୋଳନରେ ସାମିଲ ଦେବାକୁ ଉଷା ପାଢ଼ୀ ଆହ୍ଵାନ ଦେଇଛନ୍ତି । ଏହି ଆଇଏଏସ୍‌ ଦମ୍ପତି ଏବେ ଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି ।

3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.