କେନ୍ଦ୍ରୀୟ ଡେପୁଟସେନରେ ଯିବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟସେନରେ ଯିବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ୧୯୯୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ବୀରବିକ୍ରମ ଯାଦବ ।
ସେ ୨୦୨୨ ଏପ୍ରିଲରୁ ରାଜ୍ୟ ପୂର୍ତ୍ତ ସଚିବ ଅଛନ୍ତି । ଏହାପୂର୍ବରୁ ସେ ଖାଦ୍ୟ ଯୋଗାଣ ବିଭାଗର ସଚିବ ସହ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ତୁଲାଇଥିଲେ । ବୀର ବିକ୍ରମ ଯାଦବ ସମବାୟ ସଚିବ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ ।
ଆହୁରି ପଢନ୍ତୁ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ…