ORHDC ସ୍କାମର ଆଉ ଏକ ଦୁର୍ନୀତି ମାମଲାରେ IAS ବିନୋଦ କୁମାର ଦୋଷୀ ସାବ୍ୟସ୍ତ, ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍): ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ORHDC ସ୍କାମର ଆଉ ଏକ ଦୁର୍ନୀତି ମାମଲାରେ IAS ବିନୋଦ କୁମାର ଦୋଷୀ ସାବ୍ୟସ୍ତ । ୩ ବର୍ଷ ଜେଲଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।
ଜରିମାନା ଅନାଦୟ ହେଲେ ଆଉ ମାସେ ଜେଲ ଦଣ୍ଡ ଭୋଗିବେ । ବିନୋଦଙ୍କ ସହ ORHDCର ସହକାରୀ ମ୍ୟାନେଜର ଏ. ଆନନ୍ଦ ରାଓ ଓ SFLCC ପରିଚାଳନା ନିର୍ଦ୍ଦେଶକ ରାଧା ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ହୋଇଛି । ମହାବାତ୍ୟା ପରେ ଜାଲ କାଗଜ ପତ୍ରରେ ବିନୋଦ କୁମାର ୮ଲକ୍ଷ ୮୦ ହଜାର ଟଙ୍କା ଋଣ ଦେଇଥିଲେ।