ବଲାଙ୍ଗୀର: ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର

ବଲାଙ୍ଗୀର (କେନ୍ୟୁଜ): ୧୯ ହଜାର ୮ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର। ବଲାଙ୍ଗୀର ଜିଲ୍ଲା ଆଗଲପୁର ଆଇସିଡିଏସ ସୁପରଭାଇଜର କୁନି ନାଏକ। ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ। ଅଙ୍ଗନବାଡ଼ି ସେଣ୍ଟର ଚଳାଇବା ପାଇଁ ମିଳୁଥିବା ଫଣ୍ଡରୁ ନେଉଥିଲେ ଏହି ପିସି। କୁନି ନାଏକଙ୍କ ଠାରୁ ଜବତ ହୋଇଛି ଲାଞ୍ଚ ଟଙ୍କା। ଏ ସମ୍ପର୍କରେ ଭିଜିଲାନ୍ସ ସମ୍ବଲପୁର ଡିଭିଜନରେ ରୁଜ୍ଜୁ ହୋଇଛି ମାମଲା।

 

Leave A Reply

Your email address will not be published.