କେନ୍ଦୁଝର: ବଢିଲା କୋଭିଡ଼ କେୟାର ସେଣ୍ଟର ଓ ଅଇସିୟୁ ବେଡ଼ ସଂଖ୍ୟା, ସ୍ବୟଂଚାଳିତ ଅମ୍ଳଜାନ ଯନ୍ତ୍ର ଦୈନିକ ଯୋଗାଇବ ୮୭୦୦ ଲିଟର ଅମ୍ଳଜାନ

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲାରେ କରୋନାର ମୁକାବିଲା ପାଇଁ କୋଭିଡ଼ କେୟାର ସେଣ୍ଟର ଓ କୋଭିଡ଼ ଡାକ୍ତରଖାନାରେ ବଢ଼ିଲା ବେଡ଼ ଓ ଆଇସିୟୁ ବେଡ଼ ସଂଖ୍ୟା । କୋଭିଡ଼ର ଦ୍ୱିତୀୟ ଲହରୀର ରୋଗୀର ମୃତ୍ୟୁ ବହୁ  କ୍ଷୀପ୍ର ଗତିରେ ହେଉଛି । ଏହାର ମୁଖ୍ୟ କାରଣ ଶ୍ୱାସ କ୍ରିୟାରେ ବାଧା ଓ ଅମ୍ଳଜାନର ଅଭାବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ଏହାକୁ ପୂରଣ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ହସ୍ପିଟାଲରେ ସ୍ବୟଂଚାଳିତ ଅମ୍ଳଜାନ ଯନ୍ତ୍ର କାମ କରିବ । ଯାହାକି ୮୭୦୦ ଲିଟର ଅମ୍ଳଜାନ ଦୈନିକ ଉତ୍ପାଦନ କରି ଏହି ମେଡିକାଲର ଆବଶ୍ୟକ ମେଣ୍ଟାଇ ପାରିବ । ଏହା ଛଡା ଗତ କାଲି ଠାରୁ ଏବିଏସ ମର୍ଚଣ୍ଟରିଫିଲିଙ୍ଗ ଅକ୍ସିଜେନ ରିଫିଲିଂ ସେଣ୍ଟର ଆରମ୍ଭ କରିଥିବା ବେଳେ ଆବଶ୍ୟକ ମୁତାବକ ଅକ୍ସିଜେନ ସିଲିଣ୍ଡର ଯୋଗାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝର ଜିଲାପାଳଙ୍କ ଦରବାର ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ଼ ହସ୍ପିଟାଲର  ଆଇସିୟୁ ବେଡ଼ ସଂଖ୍ୟା ୪୫ ରହିଥିବା ବେଳେ  ଅକ୍ସୀଜେନ ବେଡ଼ ସଂଖ୍ୟା ୧୩୦କୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ ନୂତନ  ୭୫୦ କୋଭିଡ଼ କେୟାର ସେଣ୍ଟରର ବେଡ଼ ପ୍ରସ୍ତୁତ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ୧୩୯ଟି ଟାଇପ ସି ଅମ୍ଳଜାନ ସିଲିଣ୍ଡର ଓ ୫୪୧ ଟାଇପ ବି  ସିଲିଣ୍ଡର ଥିବାବେଳେ ଅମ୍ଳଜାନ ଜନିତ ଅସୁବିଧା ଦେଖାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ସହ କେନ୍ଦୁଝର ଜିଲ୍ଲା ପାଇଁ ନୂତନ ଏସଓପି  ଜାରି କରିଛନ୍ତି ଜିଲ୍ଲାପାଳ । ଏହି ଏସଓପି  ଅନୁଯାଇ ସାମାଜିକ କାର୍ଯ୍ୟକ୍ରମରେ ଦିଆଯାଇଥିବା କାର୍ଯ୍ୟରେ ଅଧିକ ସଂଖ୍ୟକ ଲୋକ ଭିଡ଼ ହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ କେନ୍ଦୁଝର ପୌରପାଳିକା  ଓ ଅନ୍ୟ ପାଞ୍ଚୋଟି ସହରାଞ୍ଚଳ ନିକଟସ୍ଥ ଗ୍ରାମ ପଞ୍ଚାୟତ ଗୁଡିକରେ ପାଞ୍ଚ ଜଣ ରୁ ଅଧିକ ଲୋକ ଭିଡ଼କୁ ବାରଣ କରାଯାଇଛି । ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ଥିବା ବେଳେ ନୂତନ ଟୀକାକରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ । ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ଵ୍ୟକ୍ତି କିପରି ନୂତନ ଟୀକାକରଣ ପକ୍ରିୟାରେ ସାମିଲ ହେବେ ସେନେଇ ସିଡିଏମଓ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.