ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଖୋର୍ଦ୍ଧା, ଭୁବନେଶ୍ବର ଓ ପୁରୀ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି । ଭୁବନେଶ୍ବର ସ୍ଥିତ ଇଡକୋ ଅଫିସରେ ଚାଲିଛି ଚଢ଼ାଉ। ରାତି ୪ଟାରୁ ଚଢାଉ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନି। ତେବେ ମିଳିଥିବା ସୂଚନା ଅନୁସାରେ ଗତ ୪ ମାସ ମଧ୍ୟରେ ୭ ଜଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।