ଗିରଫ ହେଲେ କୁବେର ଗୟା ; ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ

କୋରାପୁଟ (କେନ୍ୟୁଜ): ବନ୍ଧା ହେଲେ କୋଟିପତି ଯୁଗ୍ମ ମ୍ୟାନେଜର । କୋରାପୁଟ ଜିଲ୍ଲା ସୀମାଗୋଡାର ଇଡ୍‌କଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍‌ସର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ । ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଗୟା ସାନ୍ତରା ଫରେନ୍‌ ଟୁର୍‌ ଓ ପିଲାଙ୍କ ପାଠପଢ଼ାରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଛି। ୪ଟି ଆକାଉଣ୍ଟରୁ ମିଳିଛି ସାଢ଼େ ୪କୋଟି ଟଙ୍କା ।

ଚଢ଼ାଉ ବେଳେ ଜବତ ହୋଇଛି କେଜିଏ ସୁନା ଓ ୬ କେଜି ୭୫୦ ଗ୍ରାମ ରୁପା ଅଳଙ୍କାର । ଗୟା ସାନ୍ତରାଙ୍କର ଭୁବନେଶ୍ୱରରେ ୨ଟି ବହୁତଳ କୋଠା ରହିଛି । ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ର ପ୍ରାଇମ୍‌ ଲୋକେସନରେ ରହିଛି ୧୩ଟି ପ୍ଲଟ୍‌ । ସମ୍ପତ୍ତିର ପରିମାଣ ଆହୁରି ବୃଦ୍ଧି ହୋଇପାରେ ବୋଲି କହିଛନ୍ତି ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶଓ୍ଵନ୍ତ ଜେଠ୍‌ଓ୍ଵା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.